Life at TMF

ଟିଏମ୍ଏଫ୍ ରେ ଜୀବନ

କର୍ମତତ୍ପରତା, ସହାନୁଭୂତି, ତାଳମେଳ, ପାରଦର୍ଶିତା ଏବଂ ସଚ୍ଚୋଟତା ହେଉଛି ସେହି ମୂଳ ମୂଲ୍ୟବୋଧ ଯାହା ଟିଏମ୍ଏଫ୍ ରେ ଆମକୁ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥାଏ।.

ଟାଟା ମୋଟର୍ସ ଫାଇନାନ୍ସରେ, ବିଭିନ୍ନ ସାଂଗଠନିକ ହସ୍ତକ୍ଷେପ ଆମକୁ ଉଚ୍ଚ ପ୍ରଦର୍ଶନ କାର୍ଯ୍ୟସଂସ୍କୃତିକୁ କାର୍ଯ୍ୟକାରୀ କରିବାରେ ସହାୟତା କରିଥାଏ। ଆମେ ନିଜକୁ ‘ଉଲ୍‌‌ଫପ୍ୟାକ୍’ କହିଥାଉ। ଉଚ୍ଚ ଆବେଗ, ବାଧାହୀନ ସହଯୋଗ ଏବଂ ଜିତିବାର ମନୋଭାବ ସହିତ ମିଳିମିଶି କାର୍ଯ୍ୟ କରିବା ପାଇଁ ଏହା କର୍ମଚାରୀମାନଙ୍କୁ ପ୍ରେରଣା ଯୋଗାଇଥାଏ। ଏହି ଉଲ୍‌‌‌ଫପ୍ୟାକ୍ ‘ମିଳିମିଶି କାମ କରିବା, ମିଳିମିଶି ଶିକାର କରିବା, ମିଳିମିଶି ଜିତିବା, ଏକଜୁଟ ହୋଇ ଛିଡ଼ା ହେବା ଏବଂ ମିଳିମିଶି ଅଭିବୃଦ୍ଧି ହାସଲ’ କରିବାର ଭାବନା ସହିତ କାମ କରିଥାଏ।.

ଉଲ୍‌‌ଫପ୍ୟାକ୍ ପରିବାରର ଆମର ଅବଧାରଣା 2017 ମସିହାରେ ଆରମ୍ଭ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ନିରନ୍ତର ଭାବେ ଏପରି ଏକ ଅନୁକୂଳ କାର୍ଯ୍ୟ ପରିବେଶ ଏବଂ ସଂସ୍କୃତି ସୃଷ୍ଟି କରିବା, ଯେଉଁଠି ସଫଳତା ପ୍ରାପ୍ତି ଅବଶ୍ୟମ୍ଭାବୀ ହୋଇଯିବ! ଏହି ଅବଧାରଣାରେ ଆମେ ଆମ ଟିମ୍ ରେ ଚାହୁଁଥିବା ଲକ୍ଷଣଗୁଡ଼ିକୁ ରେଖାଙ୍କିତ କରାଯାଇଥିଲା, ଯାହାଦ୍ୱାରା ଆମେ ଆହ୍ୱାନପୂର୍ଣ୍ଣ ସମୟ ଏବଂ ପରିବର୍ତ୍ତନଶୀଳ ପରିସ୍ଥିତି ଅନୁଯାୟୀ ଖାପ ଖୁଆଇପାରିବା, ନିଜକୁ ଏକ କର୍ମତତ୍ପର ଏବଂ ସୁଦୃଢ଼ ଟିମ୍ ଭାବେ ଗଢ଼ିତୋଳିପାରିବା। ଉଲ୍‌‌ଫପ୍ୟାକ୍ ପରିବାରର ଅବଧାରଣା ନେତୃତ୍ୱ ଉପରେ ଭରସା ଏବଂ ବିଶ୍ୱାସକୁ ବିକଶିତ କରିବା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଦଳଗତ ମାଲିକାନା ଓ ଆପଣାପଣିଆର ଭାବନାକୁ ଜାଗ୍ରତ କରିବାରେ ସହାୟତା କରିଥାଏ।.

ଆାମେ ବିଶ୍ୱାସ କରୁ ଯେ, ଜଣେ ସୁସ୍ଥ କର୍ମଚାରୀ ଜଣେ ସୁଖୀ କର୍ମଚାରୀ ହୋଇଥାନ୍ତି ଏବଂ ଜଣେ ସୁଖୀ କର୍ମଚାରୀ ଜଣେ ଉତ୍ପାଦକ କର୍ମଚାରୀ ହୋଇଥାନ୍ତି। ଯଦି ସମସ୍ତେ ନିଜର ସୁସ୍ୱାସ୍ଥ୍ୟର ଲକ୍ଷ୍ୟପଥରେ ଅଟଳ ରୁହନ୍ତି, ତେବେ ଏକ ସଂଗଠନ ଭାବେ ଆମେ ଫିଟ୍ ହୋଇଯାଇଥାଉ!

ଆମର କଲ୍ୟାଣ ପଦକ୍ଷେପକୁ ‘‘ଏକ୍ଟିଭ୍ ପ୍ଲସ୍’’ କୁହାଯାଏ ଏବଂ ଏହି କାର୍ଯ୍ୟକ୍ରମ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ କର୍ମଚାରୀମାନଙ୍କୁ ଏକ ‘‘ସକ୍ରିୟ’’ ଜୀବନ ଜିଇଁବା ନିମନ୍ତେ ପ୍ରୋତ୍ସାହିତ କରିବା ଉପରେ ଜୋର୍ ଦେଇଥାଏ।.

#TMFisFit – ଆମର ଅନନ୍ୟ କଲ୍ୟାଣ କାର୍ଯ୍ୟକ୍ରମ ଅଟେ, ଯାହା ଆମର କର୍ମଚାରୀ ଅର୍ଥାତ୍ ଉଲ୍‌‌ଫପ୍ୟାକ୍ ର ସାମଗ୍ରିକ ସୁସ୍ୱାସ୍ଥ୍ୟ ଉପରେ କେନ୍ଦ୍ରିତ ଅଟେ। ସଚେତନତା ସୃଷ୍ଟି କରିବା ଏବଂ ସକ୍ରିୟ ଜୀବନକୁ ଏକ ଆକର୍ଷଣୀୟ ଉପାୟରେ ସୁବିଧାଜନକ କରାଯାଇ ଏହି ଲକ୍ଷ୍ୟକୁ ହାସଲ କରାଯାଇଥାଏ। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଏକ ଦଳ ଭାବେ କାର୍ଯ୍ୟ କରିବା ପାଇଁ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରାଯାଏ। ମାରାଥନ୍, ଧ୍ୟାନ, ଯୋଗ, ଫିଟନେସ୍ ଚ୍ୟାଲେଞ୍ଜ, ସ୍ୱାସ୍ଥ୍ୟ ପରୀକ୍ଷା, ଡିଜିଟାଲ କୋଚ୍ କର୍ମଚାରୀମାନଙ୍କୁ ସେମାନଙ୍କର ଫିଟନେସ୍ ଲକ୍ଷ୍ୟରେ ପହଞ୍ଚିବାରେ ସହାୟତା କରିଥାନ୍ତି।.

ଟାଟା ମୋଟର୍ସ ଫାଇନାନ୍ସର, ଆମେ କର୍ମଚାରୀମାନଙ୍କୁ ସେମାନଙ୍କର ସାମଗ୍ରିକ କଲ୍ୟାଣ, ଉଭୟ ମାନସିକ ଏବଂ ଶାରୀରିକ, ପ୍ରତି ପ୍ରତିବଦ୍ଧ ରହିବା ପାଇଁ ପ୍ରୋତ୍ସାହିତ କରିଥାଉ; ଯାହା ସେମାନଙ୍କୁ ଦୀର୍ଘାୟୁ କରିବା ସହିତ ଏକ ସ୍ୱାସ୍ଥ୍ୟକର ଜୀବନ ଜିଇଁବାରେ ସହାୟତା କରିଥାଏ।.

ଯଦିଓ ଆମେ କଠିନ ପରିଶ୍ରମ କରୁ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ମଉଜ କରିବାର ସୁଯୋଗକୁ ମଧ୍ୟ ଆମେ ହାତଛଡ଼ା କରି ନ ଥାଉ! ଆମର କର୍ମଚାରୀ ସଂଶ୍ଳିଷ୍ଟତା ପଦକ୍ଷେପକୁ ‘‘ଟିଜିଆଇଏଫ୍ ଏବଂ ଶାନଦାର ଶନିବାର’’ କୁହାଯାଏ। ଏହା ସୁନିଶ୍ଚିତ କରିଥାଏ ଯେ, ଆମ ପ୍ରତ୍ୟେକଙ୍କ ପାଇଁ ମନୋରଞ୍ଜନର କିଛି ନା କିଛି ବ୍ୟବସ୍ଥା ରହିଛି। ଲୋକମାନଙ୍କ ମଧ୍ୟରେ ତାଳମେଳ ଏବଂ ଭ୍ରାତୃଭାବକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ନିୟମିତ ଭାବେ ବିଭିନ୍ନ ପର୍ବପର୍ବାଣି ପାଳନ କରିଥାଉ। ଆମେ କର୍ମଚାରୀଙ୍କ ବିବାହ, କର୍ମଚାରୀଙ୍କ ପିଲାଙ୍କ ଶିକ୍ଷାଗତ କୃତିତ୍ୱ, ମହିଳା ଦିବସ ଇତ୍ୟାଦି ସ୍ୱତନ୍ତ୍ର ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ଆମେ ପାଳନ କରିଥାଉ।

ଆମର ଏଲ୍ ଏଣ୍ଡ ଡି (ଶିକ୍ଷା ଓ ବିକାଶ) ମିଶ୍ରିତ ଶିକ୍ଷା ରୋଡ୍-ମ୍ୟାପ୍ ମାଧ୍ୟମରେ ସାମର୍ଥ୍ୟ ବିକାଶ ଉପରେ କେନ୍ଦ୍ରିତ ଅଟେ, ଯାହା ମଧ୍ୟରେ ଇ-ଶିକ୍ଷା, ମାଇକ୍ରୋ ମୋବାଇଲ ଶିକ୍ଷା ଆପ୍ଲିକେଶନ୍ ଏବଂ ଢାଞ୍ଚାଗତ ଶିକ୍ଷା ହସ୍ତକ୍ଷେପ ଅନ୍ତର୍ଭୁକ୍ତ ଅଟେ। ଆମର ନେତୃବର୍ଗଙ୍କୁ ଆଗକୁ ବଢ଼ିବା ଏବଂ ଉଚ୍ଚତର ଭୂମିକାକୁ ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ, ପ୍ରଶିକ୍ଷଣ ଓ ପ୍ରସ୍ତୁତ କରି ଏକ ମଜବୁତ ନେତୃତ୍ୱ ପାଇପଲାଇନ୍ ଗଢ଼ିବା ଆମର ଲକ୍ଷ୍ୟ ଅଟେ। ନିରବଚ୍ଛିନ୍ନ ଶିକ୍ଷାର ସଂସ୍କୃତି ଗଢ଼ିବା ପାଇଁ, ଆମେ ଆମ ଇନ୍-ହାଉସ୍ ଶିକ୍ଷା ବିଶେଷଜ୍ଞ ‘ଦ୍ରୋଣ’ଙ୍କ ମାଧ୍ୟମରେ ଆମ କର୍ମଚାରୀମାନଙ୍କର କାର୍ଯ୍ୟଗତ ଏବଂ ବୈଷୟିକ ଦକ୍ଷତାକୁ ବୃଦ୍ଧି କରିଥାଉ।.

ଅଭିନବତା ଏବଂ ସୃଜନଶୀଳତା ଆମର ମୂଳ ମୂଲ୍ୟବୋଧର ଅଂଶବିଶେଷ ଅଟେ ଏବଂ ଆମର ସଂରଚନାତ୍ମକ ଟିଏମ୍ଏଫ୍ ଅଭିନବତା କାର୍ଯ୍ୟକ୍ରମ ସହିତ ଆମେ ‘‘ବିଚାର ଏବଂ ଯୋଗଦାନ’ର ସଂସ୍କୃତିକୁ ପ୍ରୋତ୍ସାହନ ଯୋଗାଇଥାଉ ଏବଂ ଭବିଷ୍ୟତର ପ୍ରକଳ୍ପଗୁଡ଼ିକୁ ଉନ୍ନତ/ଅଭିନବ କରିବା ପାଇଁ ଆଉଟ୍-ଅଫ୍-ବକ୍ସ ବିଚାର ବା ଆଇଡିଆଗୁଡ଼ିକୁ ଉତ୍ସାହିତ କରିଥାଉ।.

ଟିଏମ୍ଏଫ୍ ରେ କ୍ୟାରିୟର୍

ଟିଏମ୍ଏଫ୍ ନିଜର କର୍ମଚାରୀମାନଙ୍କୁ ସମନ୍ୱିତ କରି, କୋଚିଂ ପ୍ରଦାନ କରି, ସଶକ୍ତ କରି ଏବଂ ପ୍ରେରଣା ଯୋଗାଇ ନିଜର ବ୍ୟବସାୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥାଏ। ଆମ କର୍ମଚାରୀଙ୍କ ପାଇଁ ‘ଉତ୍କର୍ଷ’ କେବଳ ଏକ ଶବ୍ଦ ନୁହେଁ, ବରଂ ଜୀବନର ମାର୍ଗ ଅଟେ। ଆମର ଶ୍ରମଶକ୍ତି ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ସେମାନଙ୍କୁ ଆପଣାପଣର ଅନୁଭୂତି ପ୍ରଦାନ କରାଇଥାଏ ଏବଂ ତା’ସହିତ ବିଶ୍ୱାସର ଭାଗିଦାରୀର ନିର୍ମାଣ ମଧ୍ୟ କରିଥାଏ। ଟାଟା ମୋଟର୍ସ ଫାଇନାନ୍ସ ସର୍ବୋଚ୍ଚ ଯୋଗ୍ୟତା ଏବଂ ସମ୍ଭାବନାଧାରୀ ବ୍ୟକ୍ତିବିଶେଷଙ୍କୁ ଆକର୍ଷିତ, ପ୍ରୋତ୍ସାହିତ ଏବଂ ନିୟୋଜିତ କରିବା ପାଇଁ ପ୍ରତିବଦ୍ଧ ଅଟେ।.

ଆମର ନିଯୁକ୍ତି ନୀତି ମାଧ୍ୟମରେ ଆମେ ଏପରି କର୍ମଚାରୀଙ୍କ ସନ୍ଧାନ କରିଥାଉ ଯେଉଁମାନେ ଆମର ବ୍ୟବସାୟ ଲକ୍ଷ୍ୟ ସହିତ ସଂଗଠନର ସଂସ୍କୃତିକୁ ମଧ୍ୟ ଆପଣାଇପାରିବେ। କାର୍ଯ୍ୟକ୍ଷମତାର ବିକାଶ ଉପରେ କମ୍ପାନୀର ଗୁରୁତ୍ୱକୁ ଦେଖିଲେ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଆମେ ପ୍ରାର୍ଥୀ ନୁହେଁ ବରଂ ‘‘କାର୍ଯ୍ୟକ୍ଷମତା’’କୁ ନିୟୋଜିତ କରିବା ପାଇଁ ଅଧିକ ପ୍ରୟାସ କରିଥାଉ।.

କମ୍ପାନୀ ଯେମିତ ସର୍ବୋତ୍ତମ ପ୍ରାର୍ଥୀଙ୍କୁ ଆକର୍ଷିତ କରିବାକୁ ଚାହିଁଥାଏ ଠିକ୍ ସେମିତି ଲୋକମାନେ ମଧ୍ୟ ସେମାନଙ୍କର ବୃତ୍ତିଗତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅନୁକୂଳ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସଂସ୍କୃତି ଚାହିଁଥାନ୍ତି। ଏହି କଥାକୁ ଧ୍ୟାନରେ ରଖି, ଟିଏମ୍ଏଫ୍ କୁ ଏକ ଉତ୍କୃଷ୍ଟ କାର୍ଯ୍ୟକ୍ଷେତ୍ରରେ ପରିଣତ କରିବା ଏବଂ ଆପଣଙ୍କର ଉଚ୍ଚାକାଂକ୍ଷାକୁ ହାସଲ କରିବାରେ ସହାୟତା କରିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିଥାଉ। ଆମେ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ପ୍ରତିଭାକୁ ପ୍ରୋତ୍ସାହିତ କରିଥାଉ ଏବଂ ସମସ୍ତଙ୍କୁ ମାର୍ଗଦର୍ଶନର ସମାନ ସୁଯୋଗ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ, ଯାହାଦ୍ୱାରା କେବଳ କାମ କରିବା ନୁହେଁ ବରଂ ଶିଖିବା ଓ ବଢ଼ିବାର ସଂସ୍କୃତି ବିକଶିତ ହେବାରେ ସହାୟତା ମିଳିଥାଏ।.

“ଗୋ ଦ ଏକ୍ସଟ୍ରା ମାଇଲ୍’’ ଅର୍ଥାତ୍ ସଫଳତା ପାଇଁ ଅତିରିକ୍ତ ପ୍ରୟାସ କରିବା ଏହା ହିଁ ଟିଏମ୍ଏଫ୍ କାର୍ଯ୍ୟ ସଂସ୍କୃତି ଏବଂ ତାହାର ସଫଳତାର ଆଧାର ଅଟେ। ଆମେ ସର୍ବଦା ଉତ୍କର୍ଷ ହାସଲ କରିବା ଏବଂ ଆମେ ଯାହା ବି କରୁ ସେଥିରେ ନୂଆ ମାନକ ସ୍ଥାପିତ କରିବା ପାଇଁ ପ୍ରୟାସରତ ରହିଥାଉ।.

View Current Openings
Career with Us
ବନ୍ଦ କରନ୍ତୁ

ଟାଟା ମୋଟର୍ସ ଫାଇନାନ୍ସ ତରଫରୁ ଆକର୍ଷଣୀୟ ଋଣ ପାଆନ୍ତୁ

ଏବେ ହିଁ ଆବେଦନ କରନ୍ତୁ+ଉପରକୁ ଯାଆନ୍ତୁ