ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ନିକଟରେ ବିନା କୌଣସି ନୋଟିସରେ ଯେକୌଣସି ସମୟରେ ଉପଯୋଗର ସର୍ତ୍ତାବଳୀକ ଅପଡେଟ୍ କରିବାର ଅଧିକାର ରହିଛି। ଆମ ୱେବ୍ ପୃଷ୍ଠାର ତଳଭାଗରେ ପ୍ରଦତ୍ତ ‘‘ଉପଯୋଗର ସର୍ତ୍ତାବଳୀ’’ ହାଇପରଟେକ୍ସ ଲିଙ୍କ୍ ଉପରେ କ୍ଲିକ୍ କରି ଉପଯୋଗର ସର୍ତ୍ତାବଳୀର ସବୁଠାରୁ ସଦ୍ୟତମ ସଂସ୍କରଣର ସମୀକ୍ଷା କରାଯାଇପାରେ।

ଉପଯୋଗର ସର୍ତ୍ତାବଳୀ

ଏହି ଖଣ୍ଡରେ ୱେବସାଇଟ୍ କୁ ଉପଯାଗ କରିବାର ସର୍ତ୍ତାବଳୀ ପ୍ରଦାନ କରାଯାଇଛି। ଏହି ୱେବସାଇଟ୍ ଏବଂ ଏହାର ଯେକୌଣସି ପୃଷ୍ଠାକୁ ଆକ୍ସେସ୍ କରି ଆପଣ ଏହି ସର୍ତ୍ତାବଳୀକୁ ସ୍ୱୀକାର କରୁଛନ୍ତି।.

  • • ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ (ଏତଦ୍-ପଶ୍ଚାତ୍ ‘‘ଟିଏମ୍ଏଫ୍ଏଲ୍’’ ଭାବେ ସନ୍ଦର୍ଭିତ) ଆଗନ୍ତୁକମାନଙ୍କୁ ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ର ସେବା ଏବଂ ଉତ୍ପାଦଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିବା ଏବଂ ଯୋଗାଯୋଗ ତଥା ଏହାର ସେବାଗୁଡ଼ିକର ହାସଲକୁ ସୁବିଧାଜନକ କରିବା ପାଇଁ ଏହି ୱେବସାଇଟ୍ (ଏତଦ୍-ପଶ୍ଚାତ୍ ‘‘ସାଇଟ୍’’ ଭାବେ ସନ୍ଦର୍ଭିତ)ର ରକ୍ଷଣାବେକ୍ଷଣ କରିଥାଏ।
  • ସାଇଟ୍ ପରିଦର୍ଶନ କରୁଥିବା ଆଗନ୍ତୁକମାନଙ୍କ ପାଇଁ ନିମ୍ନପ୍ରଦତ୍ତ ସର୍ତ୍ତାବଳୀକୁ ପଢ଼ିବା ଆବଶ୍ୟକ ଅଟେ ଏବଂ ସାଇଟ୍ ର ଉପଯୋଗ ଏହା ସୂଚାଇଥାଏ ଯେ ଆଗନ୍ତୁକମାନେ ଟିଏମ୍ଏଫ୍ଏଲ୍ ର ୱେବସାଇଟରେ ସୂଚିତ କରାଯାଇଥିବା ଏବଂ ଉପଲବ୍ଧ କରାଯାଇଥିବା ଅନୁଯାୟୀ ୱେବସାଇଟର ଉପଯୋଗ ସମ୍ବନ୍ଧରେ ସମୟ ସମୟରେ ୱେବସାଇଟ୍ ଉପଯୋଗର ସର୍ତ୍ତାବଳୀ ଏବଂ ସେଥିରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକୁ ସ୍ୱୀକାର କରୁଛନ୍ତି ଏବଂ ସେହି ସର୍ତ୍ତାବଳୀର ବାଧ୍ୟତାକୁ ସ୍ୱୀକାର କରୁଛନ୍ତି।.
  • ୱେବସାଇଟ୍ ରେ ରହିଥିବା ବିଷୟବସ୍ତୁ (ସାମଗ୍ରୀ, ସୂଚନା, ଡେଟା, ବିଚାର, ପ୍ରେସ୍ ବିଜ୍ଞପ୍ତି, ଡେଟାଶିପ୍ ଏବଂ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ) କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟ ପାଇଁ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟ/ବାଣିଜ୍ୟିକ ନିଷ୍ପତ୍ତି ଗ୍ରହଣ ପାଇଁ ସେଗୁଡ଼ିକୁ ଏକ ଆଧାର ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ। ଏହି ୱେବସାଇଟ୍ ରେ ଦିଆଯାଇଥିବା ବିଷୟବସ୍ତୁ ଆଧାରରେ କୌଣସି ନିବେଶ କରିବା କିମ୍ବା ବିତ୍ତୀୟ ବାଧ୍ୟତାରେ ପ୍ରବେଶ କରିବା ପୂର୍ବରୁ ଯଥୋଚିତ ସତର୍କତା ଅବଲମ୍ବନ କରିବା ଏବଂ/କିମ୍ବା ନିରପେକ୍ଷ ପରାମର୍ଶ ହାସଲ କରିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଉଛି।
  • ୱେବସାଇଟ୍ ରେ ରହିଥିବା ସମସ୍ତ ସୂଚନା, ସାମଗ୍ରୀ, ଉତ୍ପାଦ (ଲେଖା, ସାମଗ୍ରୀ, ଫଟୋଚିତ୍ର, ଗ୍ରାଫିକ୍ସ, ଭିଡିଓ ଏବଂ ଅଡିଓ ସାମଗ୍ରୀ ସମେତ) ପ୍ରଯୁଜ୍ୟ କପିରାଇଟ୍ ଆଇନ ଅଧୀନରେ ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ସପକ୍ଷରେ କପିରାଇଟ୍ ଦ୍ୱାରା ସଂରକ୍ଷିତ ଅଟେ ଏବଂ ସାଧାରଣ ବୌଦ୍ଧିକ ସମ୍ପଦ ଆଇନ ଅଧୀନରେ ମଧ୍ୟ ସଂରକ୍ଷିତ ଅଟେ।
  • ଉପଯୋଗକର୍ତ୍ତା ନିଜର ବ୍ୟକ୍ତିଗତ, ଅଣ-ବାଣିଜ୍ୟିକ ଉପଯୋଗ ଉଦ୍ଦେଶ୍ୟରେ ଡାଉନଲୋଡ୍ କରିବା ବ୍ୟତୀତ, ଟିଏମ୍ଏଫ୍ଏଲ୍ ୱେବସାଇଟରୁ କିମ୍ବା ତାହା ମାଧ୍ୟମରେ ଉପଲବ୍ଧ ହେଉଥିବା ସୂଚନା, ବିଷୟବସ୍ତୁ, ସାମଗ୍ରୀ, ସେବାଗୁଡ଼ିକୁ ନକଲ, ପୁନରୁତ୍ପାଦନ, ବିକ୍ରୟ, ପୁନଃବିତରଣ, ପ୍ରକାଶନ, ଡାଟାବେସରେ ପ୍ରବିଷ୍ଟି, ପ୍ରଦର୍ଶନ, ସମ୍ପାଦନ, ସଂଶୋଧନ, ସଞ୍ଚାର, ଲାଇସେନ୍ସ ପ୍ରଦାନ, ବ୍ୟୁତ୍ପତ୍ତି ସୃଷ୍ଟି, ସ୍ଥାନାନ୍ତର କିମ୍ବା ଅନ୍ୟ କୌଣସି ଉପାୟରେ ବ୍ୟବହାର କରିପାରିବେ ନାହିଁ।.
  • ଉପଯୋଗକର୍ତ୍ତା ଟିଏମ୍ଏଫ୍ଏଲ୍ ୱେବସାଇଟ୍ କୁ ଏପରି କୌଣସି ଉଦ୍ଦେଶ୍ୟ ପାଇଁ ଉପଯୋଗ କରିବେ ନାହିଁ ଯାହା ବେଆଇନ କିମ୍ବା ଏହି ୱେବସାଇଟ୍ ଉପଯୋଗର ସର୍ତ୍ତାବଳୀ ଦ୍ୱାରା ପ୍ରତିବନ୍ଧିତ ହୋଇଥିବ। ଟିଏମ୍ଏଫ୍ଏଲ୍ ୱେବସାଇଟ୍ କୁ ଏପରି କୌଣସି ଉପାୟରେ ଉପଯୋଗ କରାଯିବ ନାହିଁ ଯାହା ଦ୍ୱାରା ୱେବସାଇଟ୍ କୁ କ୍ଷତି ପହଞ୍ଚାଉଥିବ, ଅକ୍ଷମ କିମ୍ବା ଖରାପ କରୁଥିବ କିମ୍ବା ଅନ୍ୟ କୌଣସି ପକ୍ଷଙ୍କ ଦ୍ୱାରା ୱେବସାଇଟର ଉପଯୋଗ କିମ୍ବା ଆନନ୍ଦରେ ବାଧା ପହଞ୍ଚାଇବେ ନାହିଁ।.
  • ଏହି ୱେବସାଇଟ୍ ରେ ପ୍ରଦାନ କରାଯାଉଥିବା ସମସ୍ତ ଉତ୍ପାଦ ଏବଂ ସେବା ସମସ୍ତ ଭୌଗୋଳିକ ଅଞ୍ଚଳରେ ଉପଲବ୍ଧ ନୁହେଁ ଏବଂ ସାଇଟ୍ ରେ ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ଉତ୍ପାଦ କିମ୍ବା ସେବା ପାଇଁ ଉପଯୋଗକର୍ତ୍ତା ହୁଏତ ଯୋଗ୍ୟ ନ ହୋଇପାରନ୍ତି। ଯେକୌଣସି ଉତ୍ପାଦ କିମ୍ବା ସେବାର ଉପଲବ୍ଧତା ଏବଂ ଯୋଗ୍ୟତାକୁ ନିର୍ଦ୍ଧାରଣ କରିବାର ଅଧିକାର ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ନିକଟରେ ସଂରକ୍ଷିତ ଅଟେ।.
  • ଯଦି କୌଣସି ନେଣଦେଣ ସଫଳ ନ ହୁଏ କିମ୍ବା ସମ୍ପୂର୍ଣ୍ଣ ନ ହୋଇପାରେ କିମ୍ବା ଏହି ନିୟମ ଏବଂ ସର୍ତ୍ତାବଳୀ ଅଧୀନରେ ନିଜର କୌଣସି ବାଧ୍ୟତାକୁ ପୂରଣ କରିବା ଟିଏମ୍ଏଫ୍ଏଲ୍ ପକ୍ଷରେ ହୋଇଥିବା ଯେକୌଣସି ବିଫଳତା ପାଇଁ ଟିଏମ୍ଏଫ୍ଏଲ୍ ଉତ୍ତରଦାୟୀ ରହିବ ନାହିଁ କିମ୍ବା ଯାହା ବିଶେଷ ରୂପେ ଏହାର ସେବା/ସୁବିଧାଗୁଡ଼ିକ ପାଇଁ ପ୍ରଯୁଜ୍ୟ ହୋଇଥିବ ଯଦି ପ୍ରଦର୍ଶନକୁ ପ୍ରତିରୋଧ କରାଯାଏ, ଅପ୍ରତ୍ୟାଶିତ ଘଟଣା (ତଳେ ପରିଭାଷିତ) ଦ୍ୱାରା ବାଧିତ କିମ୍ବା ବିଳମ୍ବିତ କିମ୍ବା ଏପରି ମାମଲାରେ ଯେବେ ପର୍ଯ୍ୟନ୍ତ ଅପ୍ରତ୍ୟାଶିତ ଘଟଣା ଜାରି ରହିଥିବ, ସେବେ ପର୍ଯ୍ୟନ୍ତ ବାଧ୍ୟତାକୁ ନିଲମ୍ବିତ କରିଦିଆଯିବ ।
  • ‘‘ଅପ୍ରତ୍ୟାଶିତ ଘଟଣା’’ର ଅର୍ଥ ହେଉଛି ଏପରି ଯେକୌଣସି ଘଟଣା ଯାହା ଟିଏମ୍ଏଫ୍ଏଲ୍ ର ଯୁକ୍ତିସଙ୍ଗତ ନିୟନ୍ତ୍ରଣ ବାହାରେ ଥିବା କୌଣସି କାରଣ ଯୋଗୁଁ ଘଟିଥିବ, ଯାହା ମଧ୍ୟରେ ବିନା କୌଣସି ସୀମାରେ, କୌଣସି ଯୋଗାଯୋଗ ପ୍ରଣାଳୀର ଅନୁପଲବ୍ଧତା, ଉଲ୍ଲଂଘନ କିମ୍ବା ପ୍ରକ୍ରିୟା ଅଥବା ଦେୟ ପରିଶୋଧ କିମ୍ବା ବିତରଣ ପ୍ରଣାଣୀରେ ଭାଇରସ୍, ଅନ୍ତର୍ଘାତୀ କାର୍ଯ୍ୟ, ଅଗ୍ନି, ବନ୍ୟା, ବିସ୍ଫୋରଣ, ଦୈବୀକୃତ କାର୍ଯ୍ୟ, ଜନ ଗଣ୍ଡଗୋଳ, ଧର୍ମଘଟ କିମ୍ବା କୌଣସି ପ୍ରକାରର ଔଦ୍ୟୋଗିକ କାର୍ଯ୍ୟାନୁଷ୍ଠାନ, ଦଙ୍ଗା, ବିଦ୍ରୋହ, ଯୁଦ୍ଧ, ସରକାରଙ୍କ କାର୍ଯ୍ୟାନୁଷ୍ଠାନ, କମ୍ପ୍ୟୁଟର ହ୍ୟାକିଂ, କମ୍ପ୍ୟୁଟର ଡେଟା ଏବଂ ଭଣ୍ଡାର ଉପକରଣରେ ଅନଧିକୃତ ପହଞ୍ଚ, କମ୍ପ୍ୟୁଟର କ୍ରାଶ୍, କମ୍ପ୍ୟୁଟର ଟର୍ମିନାଲ କିମ୍ବା ସିଷ୍ଟମ ଖରାପ ହେବା, କୌଣସି ପ୍ରକାରର ଦୁର୍ଭାବନାପୂର୍ଣ୍ଣ, ବିନାଶକାରୀ କିମ୍ବା ଦୂଷିତ କୋଡ୍ କିମ୍ବା ପ୍ରୋଗ୍ରାମ୍, ଯାନ୍ତ୍ରିକ କିମ୍ବା ବୈଷୟିକ ତ୍ରୁଟି/ବିଫଳତା କିମ୍ବା ବିଜୁଳି ବିଭ୍ରାଟ ହେବା, ଦୂର ସଞ୍ଚାରରେ ଦୋଷ କିମ୍ବା ବିଫଳତା ଆଦି କାରଣରୁ ସଂଘଟିତ ପ୍ରତିକୂଳ ପ୍ରଭାବ ଅନ୍ତର୍ଭୁକ୍ତ ଅଟେ।
  • ଏହି ୱେବସାଇଟ୍ ର ବିଷୟବସ୍ତୁକୁ ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍, ଏହାର କୌଣସି ସହାୟକ କମ୍ପାନୀ କିମ୍ବା ଏହାର କୌଣସି ଅଙ୍ଗୀକୃତ ସଂସ୍ଥାର ନିବେଶ, ପ୍ରତିଭୂତି କିମ୍ବା ଅନ୍ୟ କୌଣସି ଉପକରଣ କିମ୍ବା ବିତ୍ତୀୟ ଉତ୍ପାଦ / ଯୋଜନାକୁ କିଣିବା କିମ୍ବା ବିକିବାର ଏକ ପ୍ରସ୍ତାବ, ଅନୁରୋଧ, ନିମନ୍ତ୍ରଣ, ପରାମର୍ଶ କିମ୍ବା ସୁପାରିସ ରୂପେ ବିବେଚନା କରାଯିବ ନାହିଁ।
  • ଏହି ୱେବସାଇଟରେ ବିଭିନ୍ନ ପେସାଦାର / ବିଶେଷଜ୍ଞ / ବିଶ୍ଳେଷକ ଆଦିଙ୍କ ପରାମର୍ଶ / ମତାମତ ଏବଂ ବିବୃତ୍ତି ରହିଥାଇପାରେ। ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ଏପରି ବ୍ୟକ୍ତିମାନଙ୍କ ଦ୍ୱାରା ଦିଆଯାଇଥିବା କୌଣସି ମତାମତ / ବିବୃତ୍ତି / ସୂଚନାର ସଠିକତା, ବିଶ୍ୱସନୀୟତାର ପ୍ରତିନିଧିତ୍ୱ / ସମର୍ଥନ କରି ନ ଥାଏ। ଏଭଳି ବିବୃତ୍ତିଗୁଡ଼ିକ ଉପରେ ଭରସା କରିବା ଏହି ୱେବସାଇଟ୍ ର ଉପଯୋଗକର୍ତ୍ତାଙ୍କ ରିସ୍କ ଅଧୀନରେ ହେବ। ଏହି ୱେବସାଇଟ୍ ରେ ପ୍ରଦତ୍ତ ଯେକୌଣସି ମତାମତ, ସେବା କିମ୍ବା ଅନ୍ୟାନ୍ୟ ସୂଚନାର ସଠିକତା, ସମ୍ପୂର୍ଣ୍ଣତା, ବିଶ୍ୱସନୀୟତା ଏବଂ ଉପଯୋଗିତାକୁ ସ୍ୱାକ୍ଷୀନ ଭାବେ ଯାଞ୍ଚ ଏବଂ ମୂଲ୍ୟାୟନ କରିବା ଏହି ୱେବସାଇଟ୍ ର ଉପଯୋଗକର୍ତ୍ତାଙ୍କ ଦାୟିତ୍ୱ ଅଟେ। ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ସୂଚନାକୁ ଏହି ସର୍ତ୍ତ ଏବଂ ବୁଝାମଣା ଅଧୀନରେ ପ୍ରଦାନ କରଯାଉଛି ଯେ, ଆଇନଗତ, ଲେଖାକାର୍ଯ୍ୟ, ଟିକସ, ବିତ୍ତୀୟ, ନିବେଶ କିମ୍ବା ଅନ୍ୟାନ୍ୟ ବୃତ୍ତିଗତ ପରାମର୍ଶ କିମ୍ବା ବିନିର୍ଦ୍ଦିଷ୍ଟ ତଥ୍ୟ ବା ମାମଲାଗୁଡ଼ିକ ପାଇଁ ଉପରୋକ୍ତ ସୂଚନାକୁ ଏକ ପରାମର୍ଶ ରୂପେ ବ୍ୟାଖ୍ୟା କିମ୍ବା ଭରସା କରାଯାଉନାହିଁ।.
  • ଯଦିଓ ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ଏହା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିଥାଏ, ଯେ ଏହି ୱେବସାଇଟ୍ ରେ ରହିଥିବା ସମସ୍ତ ସୂଚନା ଯେପରି ଟାଟା ମୋଟର୍ସ ଫାଇନାନ୍ସ ମତରେ ବିଶ୍ୱାସଯୋଗ୍ୟ ଉତ୍ସରୁ ହାସଲ କରାଯାଏ, ତଥାପି ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ଉକ୍ତ ସୂଚନାର ସମ୍ପୂର୍ଣ୍ଣତା କିମ୍ବା ସଠିକତାର ଗ୍ୟାରେଣ୍ଟି ଦେଇ ନ ଥାଏ।
  • ଏହି ୱେବସାଇଟ୍ ର ଉପଯୋଗର ସର୍ତ୍ତାବଳୀ ମୋ ଦ୍ୱାରା ବର୍ତ୍ତମାନ ଉପଯୋଗ କରାଯାଉଥିବା କିମ୍ବା ଭବିଷ୍ୟତରେ ମୋ ଦ୍ୱାରା ହାସଲ କରାଯିବାକୁ ଥିବା ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ର ଅନ୍ୟ କୌଣସି ସେବା ପାଇଁ ପ୍ରଯୁଜ୍ୟ ହୋଇଥିବା ନିୟମ ଓ ସର୍ତ୍ତାବଳୀରୁ ଅତିରିକ୍ତ ହେବ ଓ ତାହାର ପ୍ରଭାବକୁ କ୍ଷୀଣ କରିବ ନାହିଁ।
  • ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ସହିତ ସଂଘଟିତ କାରବାରରୁ ଉତ୍ପନ୍ନ ହୋଇଥିବା ଯେକୌଣସି ଦାବି କିମ୍ବା ମାମଲାଗୁଡ଼ିକ ଏକାକୀ ମୁମ୍ବାଇସ୍ଥିତ ଅଦାଲତଗୁଡ଼ିକର କ୍ଷେତ୍ରାଧିକାର ରହିବ ଏବଂ ସମସ୍ତ ବିବାଦ ଭାରତର ଆଇନ ଦ୍ୱାରା ଅନୁଶାସିତ ହେବ।.

ବୌଦ୍ଧିକ ସମ୍ପତ୍ତିର ଅଧିକାର

ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ଏବଂ/କିମ୍ବା ଟାଟା ସନ୍ସ ଲିିମିଟେଡ୍ ଏହି ୱେବସାଇଟ୍ ରେ କିମ୍ବା ଏହା ମାଧ୍ୟମରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ସମ୍ବନ୍ଧରେ ସମସ୍ତ ଅଧିକାର (କପିରାଇଟ୍, ଟ୍ରେଡମାର୍କ, ପ୍ୟାଟେଣ୍ଟ ସହିତ ଯେକୌଣସି ଅନ୍ୟାନ୍ୟ ବୌଦ୍ଧିକ ସମ୍ପତ୍ତି ଅଧିକାର ସମେତ)କୁ ନିଜ ନିକଟରେ ବଜାୟ ରଖିଛନ୍ତି (ସମସ୍ତ ଲେଖା, ଗ୍ରାଫିକ୍ସ ଏବଂ ଲୋଗା ସହିତ)। .

କୌଣସି ବେଆଇନ କିମ୍ବା ପ୍ରତିବନ୍ଧିତ ଉପଯୋଗ ନାହିଁ

ଆପଣଙ୍କ ଦ୍ୱାରା ସାମଗ୍ରୀ ଏବଂ ସେବାର ଉପଯୋଗର ଏକ ସର୍ତ୍ତ ଭାବେ, ଆପଣ ସାମଗ୍ରୀ ଏବଂ ସେବା ଏପରି କୌଣସି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବେ ନାହିଁ ଯାହା ବେଆଇନ ହୋଇଥିବ କିମ୍ବା ଏହି ନିୟମ, ସର୍ତ୍ତାବଳୀ ଏବଂ ନୋଟିସ ଦ୍ୱାରା ପ୍ରତିବନ୍ଧିତ ହୋଇଥିବ। ସେବାଗୁଡ଼ିକ ମାଧ୍ୟମରେ ଜାଣିଶୁଣି ଉପଲବ୍ଧ କରାଯାଇ ନ ଥିବା କୌଣସି ମାଧ୍ୟମରେ ଆପଣ କୌଣସି ସାମଗ୍ରୀ କିମ୍ବା ସୂଚନା ପ୍ରାପ୍ତ କରିବା କିମ୍ବା ପ୍ରାପ୍ତ କରିବାର ପ୍ରୟାସ କରିପାରିବେ ନାହିଁ।

ଉତ୍ତରଦାୟିତ୍ୱର ସୀମା

ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍, ଏହାର ସହାୟକ କମ୍ପାନୀ, ଏହାର ଅଙ୍ଗୀକୃତ ସଂସ୍ଥା ଏବଂ ସେମାନଙ୍କର ନିର୍ଦ୍ଦେଶକ ତଥା କର୍ମଚାରୀ (ସଂସ୍ଥା) ଏପରି କୌଣସି କ୍ଷତି କିମ୍ବା ହାନି ପାଇଁ ଉତ୍ତରଦାୟୀ ରହିବେ ନାହିଁ ଯାହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏହି ୱେବସାଇଟ୍ କିମ୍ବା କୌଣସି ସଂଯୁକ୍ତ ସାଇଟ୍ ର ଉପଯୋଗ କିମ୍ବା କୌଣସି ପକ୍ଷଙ୍କ ଦ୍ୱାରା ଉପଯୋଗ କରାଯାଇ ନ ପାରିବା କାରଣରୁ ଉତ୍ପନ୍ନ ହୋଇଥିବ (ଯାହା ମଧ୍ୟରେ ସ୍ୱତନ୍ତ୍ର, ଆକସ୍ମିକ କିମ୍ବା ପରିଣାମୀ, ଦଣ୍ଡାତ୍ମକ କିମ୍ବା ଅନୁକରଣୀୟ କ୍ଷତି, ହାନି କିମ୍ବା ବ୍ୟୟ ଅନ୍ତର୍ଭୁକ୍ତ) ଏବଂ ଏହା ମଧ୍ୟରେ ବିନା ସୀମାରେ, ଏହି ୱେବସାଇଟ୍, ଏହାର ବିଷୟବସ୍ତୁରେ କୌଣସି ତ୍ରୁଟି, ଦୋଷ, ବିଚ୍ୟୁତି, ବିଭ୍ରାଟ, ଅସମ୍ପୂର୍ଣ୍ଣତା, ଭୁଲ୍ କିମ୍ବା ଅଶୁଦ୍ଧି କାରଣରୁ କିମ୍ବା ସମ୍ପର୍କିତ ସେବା କିମ୍ବା ୱେବସାଇଟ୍ କିମ୍ବା ତାହାର କୌଣସି ଅଂଶର ଅନୁପଲବ୍ଧତା କାରଣରୁ ଉତ୍ପନ୍ନ ହୋଇଥିବା କୌଣସି କ୍ଷତି, ହାନି କିମ୍ବା ବ୍ୟୟ ଅନ୍ତର୍ଭୁକ୍ତ (ଏପରି କ୍ଷତି, ହାନି କିମ୍ବା ବ୍ୟୟ ସମ୍ପର୍କରେ ସଂସ୍ଥାଗୁଡ଼ିକୁ ସୂଚନା ଦିଆଯାଇଥିବା ସତ୍ତ୍ୱେ).

ବନ୍ଦ କରନ୍ତୁ

ଟାଟା ମୋଟର୍ସ ଫାଇନାନ୍ସ ତରଫରୁ ଆକର୍ଷଣୀୟ ଋଣ ପାଆନ୍ତୁ

ଏବେ ହିଁ ଆବେଦନ କରନ୍ତୁ+ଉପରକୁ ଯାଆନ୍ତୁ