ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ("ଟିଏମ୍ଏଫ୍ଏଲ୍") ଆମ ନିକଟରେ ଗ୍ରାହକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଗ୍ରାହକଙ୍କର ବ୍ୟକ୍ତିଗତ ଏବଂ ବିତ୍ତୀୟ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ପ୍ରତିବଦ୍ଧ ଏବଂ ସେଗୁଡ଼ିକୁ ଅନଧିକୃତ ବ୍ୟବହାରରୁ ସୁରକ୍ଷିତ ରଖିବା ପାଇଁ ଆମେ ପ୍ରୟାସରତ ରହିବୁ।.

ସୂଚନା ସଂଗ୍ରହ

ଅନଲାଇନ୍ ପେମେଣ୍ଟ କରିବା ପାଇଁ ଟିଏମ୍ଏଫ୍ଏଲ୍ ର ୱେବସାଇଟ୍ ବ୍ୟବହାର କରିବା ସମୟରେ, ଟିଏମ୍ଏଫ୍ଏଲ୍ ଆମ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନାର ସଂସ୍ପର୍ଶରେ ଆସିପାରେ, ଯାହା ମଧ୍ୟର ଗୋପନୀୟ ପ୍ରକୃତିର ସୂଚନାଗୁଡ଼ିକ ଅନ୍ତର୍ଭୁକ୍ତ ଅଟେ।.

ଆମ ଗ୍ରାହକମାନଙ୍କର ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ଟିଏମ୍ଏଫ୍ଏଲ୍ ଦୃଢ଼ ପ୍ରତିବଦ୍ଧ ଅଟେ ଏବଂ ୱେବସାଇଟ୍ ମାଧ୍ୟମରେ ଗ୍ରାହକଙ୍କ ସୂଚନା ଏବଂ ତାହାର ସଞ୍ଚାରର ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ଏହା ସମସ୍ତ ଆବଶ୍ୟକୀୟ ଏବଂ ଯୁକ୍ତିସଙ୍ଗତ ପଦକ୍ଷେପ ଗ୍ରହଣ କରିଛି। ଏହି ଗୋପନୀୟତା ନୀତି କିମ୍ବା ଗ୍ରାହକମାନଙ୍କ ସହିତ ନିଷ୍ପାଦିତ ରାଜିନାମା (ଯଦି ଥାଏ)ର ନିୟମାବଳୀ ଅନୁସାରେ ଗୋପନୀୟ ସୂଚନାର ପ୍ରକଟନ ପାଇଁ ଟିଏମ୍ଏଫ୍ଏଲ୍ କୁ ଦାୟୀ କରାଯାଇପାରିବ ନାହିଁ।

ଏହା ବ୍ୟତୀତ, ଅଧିକାଂଶ ୱେବସାଇଟ୍ ଭଳି, ନିରବଚ୍ଛିନ୍ନ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ଟିଏମ୍ଏଫ୍ଏଲ୍ ଉପଭୋକ୍ତାଙ୍କ କମ୍ପ୍ୟୁଟର/ମୋବାଇଲରେ ‘‘କୁକିଜ୍’’ ନାମକ କ୍ଷୁଦ୍ର ଡେଟାକୁ ବ୍ୟବହାର କରିବ। ‘‘କୁକିଜ୍’’ ଗ୍ରାହକଙ୍କ ବିଭିନ୍ନ ପସନ୍ଦ ଏବଂ ପାସୱାର୍ଡଗୁଡ଼ିକୁ ସଂରକ୍ଷିତ କରି ରଖିଥାଏ ଏବଂ ବାରମ୍ବାର ପାସୱାର୍ଡ ପ୍ରବେଶ କରିବାର ଆବଶ୍ୟକତା ବିନା ଗ୍ରାହକଙ୍କୁ ଆମର ସୁରକ୍ଷିତ ୱେବସାଇଟର ଗୋଟିଏ ପୃଷ୍ଠାରୁ ଅନ୍ୟ ପୃଷ୍ଠାକୁ ଯିବା ପାଇଁ ଅନୁମତି ଦେଇଥାଏ। ସଂଗ୍ରହ କରାଯାଇଥିବା ଯେକୌଣସି ସୂଚନାକୁ ଏକ ସୁରକ୍ଷିତ ଡାଟାବେସ୍ ରେ ସଂରକ୍ଷିତ ରଖାଯାଇଥାଏ ଯାହା ବିବିଧ ସ୍ତରର ଆକ୍ସେସ୍ କଣ୍ଟ୍ରୋଲ୍ ଦ୍ୱାରା ସୁରକ୍ଷିତ ହୋଇଥାଏ ଏବଂ ଟିଏମ୍ଏଫ୍ଏଲ୍ ଦ୍ୱାରା ତାହାକୁ ଗୋପନୀୟ ସୂଚନା ଭାବେ ବିବେଚନା କରାଯାଏ।.

ଆମର ପରାମର୍ଶ ଯେ, ଗ୍ରାହକମାନେ ସେମାନଙ୍କର ୟୁଜନନେମ୍ ଏବଂ ପାସୱାର୍ଡର ଗୋପନୀୟତାକୁ ବଜାୟ ରଖି ତାହାର ଉପଯୋଗକୁ ନେଇ ଯତ୍ନଶୀଳ ହେବା ଉଚିତ୍ ଏବଂ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ, ଗ୍ରାହକମାନେ ଜାଣତ କିମ୍ବା ଅଜାଣତରେ ତାହାକୁ କାହା ସହିତ ଭାଗ ନ କରନ୍ତି, ନ ଦିଅନ୍ତି ଏବଂ ତାହାର ଅନଧିକୃତ ବ୍ୟବହାରକୁ ଅନୁମତି ନ ଦିଅନ୍ତି।

ଗ୍ରାହକଙ୍କ ବ୍ୟକ୍ତିଗତ ଏବଂ ବିତ୍ତୀୟ ସୂଚନା - ବ୍ୟବହାର ଏବଂ ପ୍ରକଟନ

ଆମ ୱେବସାଇଟ୍ ପରିଦର୍ଶନ କରୁଥିବା ଲୋକମାନଙ୍କଠାରୁ ସଂଗ୍ରହ କରାଯାଇଥିବା ତଥ୍ୟଗୁଡ଼ିକର ସୁରକ୍ଷା ପାଇଁ, ଏ ବାବଦରେ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ଓ ନିୟନ୍ତ୍ରଣକୁ ଆମର ଗୋପନୀୟତା ନୀତି କଡ଼ାକଡ଼ି ଭାବେ ଅନୁପାଳନ କରିଥାଏ। ସଂଗୃହୀତ ତଥ୍ୟ ବା ଡେଟା କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ଯେପରି କୌଣସି ଶାରୀରିକ/ମାନସିକ କ୍ଷତି ନ ପହଞ୍ଚେ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଟରନେଟ୍ ଏବଂ ଆମର ୱେବସାଇଟ୍ ମାଧ୍ୟମରେ ହାସଲ କରାଯାଇଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଟିଏମ୍ଏଫ୍ଏଲ୍ ଯତ୍ନର ସହିତ ଏବଂ ଗୋପନୀୟତାର ସହିତ ବ୍ୟବହାର କରିଥାଏ। ଆମ ଜ୍ଞାତସାରକୁ ଆସିଥିବା ବ୍ୟକ୍ତିଗତ ତଥ୍ୟକୁ ଗୋପନ ରଖାଯାଇଥାଏ, ଗ୍ରାହକଙ୍କ ଗୋପନୀୟତାକୁ ସମ୍ମାନ ଦିଆଯାଇଥାଏ ଏବଂ ସୂଚନାକୁ କେବଳ ଯେଉଁଥିପାଇଁ ତାହା ଆମ ଜ୍ଞାତସାରକୁ ଆସିଥିଲା କେବଳ ସେହି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇଥାଏ।.

ତଥାପି, ପ୍ରଯୁଜ୍ୟ ଆଇନ ଅନୁଯାୟୀ କୌଣସି ବୈଧାନିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଗ୍ରାହକଙ୍କର ବ୍ୟକ୍ତିଗତ ଏବଂ ବିତ୍ତୀୟ ସୂଚନାକୁ ସମ୍ପୃକ୍ତ ବୈଧାନିକ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରକଟ କରିବା ଟିଏମ୍ଏଫ୍ଏଲ୍ ପାଇଁ ଆବଶ୍ୟକ ହୋଇପାରେ।.

ଗ୍ରାହକଙ୍କୁ ଉନ୍ନତ ମାନର ସେବା ଏବଂ ବ୍ୟାପକ ବର୍ଗମାଳାର ଅଫର୍ ଯୋଗାଇବା ପାଇଁ ମଧ୍ୟ ଟିଏମ୍ଏଫ୍ଏଲ୍ ଗ୍ରାହକଙ୍କ ସୂଚନାକୁ ବ୍ୟବହାର କରିପାରେ। ଟିଏମ୍ଏଫ୍ଏଲ୍ ମତରେ ଗ୍ରାହକଙ୍କ ଆଗ୍ରହ ଅନୁରୂପ ଉତ୍ପାଦ, ସେବା ଏବଂ ଅନ୍ୟାନ୍ୟ ବିପଣନ ସାମଗ୍ରୀ ସମ୍ପର୍କରେ ଗ୍ରାହକଙ୍କୁ ପରାମର୍ଶ ଦେବା ପାଇଁ ଟିଏମ୍ଏଫ୍ଏଲ୍ ଏହି ସୂଚନାକୁ ବ୍ୟବହାର କରିପାରେ।.

ଆଇନ, ଔପଚାରିକ କାର୍ଯ୍ୟଧାରା, କ୍ରେଡିଟ୍ ରିପୋର୍ଟିଂ, ପରିସଂଖ୍ୟାନଗତ ବିଶ୍ଳେଷଣ ଏବଂ କ୍ରେଡିଟ୍ ସ୍କୋରିଂ, ସତ୍ୟାପନ କିମ୍ବା ଆପଦ ପ୍ରବନ୍ଧନର ଆବଶ୍ୟକତା ଅନୁସାରେ ଗ୍ରାହକଙ୍କର ବିବରଣୀ ଏବଂ ନେଣଦେଣ ସମ୍ବନ୍ଧୀୟ ସମସ୍ତ ସୂଚନାକୁ ନିଜର ଅଙ୍ଗୀକୃତ ସଂସ୍ଥା, ସହାୟକ କମ୍ପାନୀ, ବ୍ୟାଙ୍କ, ଏଫ୍ଆଇ, କ୍ରେଡିଟ୍ ବ୍ୟୁରୋ, ଏଜେନ୍ସିଙ୍କ ସହ ବିନିମୟ କରିବା, ଭାଗ କରିବା, ହସ୍ତାନ୍ତର କରିବା ଅଥବା ଯେକୌଣସି ଟେଲିଯୋଗାଯୋଗ କିମ୍ବା ଇଲେକ୍ଟ୍ରୋନିକ୍ କ୍ଲିୟରିଂ ନେଟୱର୍କରେ ଅଂଶଗ୍ରହଣ କରିବା ପାଇଁ ଗ୍ରାହକ ଟିଏମ୍ଏଫ୍ଏଲ୍ କୁ ଅଧିକୃତ କରୁଛନ୍ତି ଏବଂ ଉକ୍ତ ସୂଚନାର ବ୍ୟବହାର କିମ୍ବା ପ୍ରକଟନ ପାଇଁ ଟିଏମ୍ଏଫ୍ଏଲ୍ କୁ ଉତ୍ତରଦାୟୀ କରିବେ ନାହିଁ।

ତୃତୀୟ ପକ୍ଷ ସାଇଟ୍

ଦୟାକରି ଧ୍ୟାନରେ ରଖନ୍ତୁ ଯେ, ଟିଏମ୍ଏଫ୍ଏଲ୍ ୱେବସାଇଟରେ ଦିଆଯାଇଥିବା କୌଣସି ତୃତୀୟ ପକ୍ଷ ୱେବସାଇଟ୍‌ ଲିଙ୍କ୍ ଗୁଡ଼ିକୁ ଏହି ଗୋପନୀୟତା ନୀତି ପରିସରଭୁକ୍ତ କରି ନ ଥାଏ। ଏପରି ତୃତୀୟ ପକ୍ଷ ସାଇଟ୍ ଗୁଡ଼ିକର ନିଜସ୍ୱ ଗୋପନୀୟତା ନୀତି ଏବଂ/କିମ୍ବା ବ୍ୟବହାରର ନିୟମ ଓ ସର୍ତ୍ତାବଳୀ ରହିଥାଇପାରେ।

ନୀତିରେ ପରିବର୍ତ୍ତନ

ନିୟମାବଳୀରେ ପରିବର୍ତ୍ତନ କିମ୍ବା ୱେବସାଇଟର କାର୍ଯ୍ୟକ୍ଷମତା ଏବଂ ବିଷୟବସ୍ତୁ ବିକଶିତ କରିବା ପାଇଁ ୱେବସାଇଟରେ ପରିବର୍ତ୍ତନ କରାଯାଇପାରେ, ସେହି ଅନୁସାରେ ଟିଏମ୍ଏଫ୍ଏଲ୍ ଗୋପନୀୟତା ନୀତିରେ ପରିବର୍ତ୍ତନ କରିବ ଏବଂ ସେହି ପରିବର୍ତ୍ତନଗୁଡ଼ିକୁ ଏହି ଗୋପନୀୟତା ନୀତିରେ ପ୍ରତିଫଳିତ କରିବ। ତେଣୁ, ଗୋପନୀୟତା ନୀତିକୁ ନିୟମିତ ଭାବେ ପଢ଼ିବା ପାଇଁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି।.

ନିୟମାବଳୀର ସ୍ୱୀକୃତି

ୱେବସାଇଟ୍ କୁ ବ୍ୟବହାର କରିବା, ଦେଖିବା, କୌଣସି ପ୍ରାସଙ୍ଗିକ ଆଇକନ୍ କିମ୍ବା ବଟନ ଉପରେ କ୍ଲିକ୍ କରିବା ଏବଂ/କିମ୍ବା ୱେବସାଇଟରେ ପଞ୍ଜୀକରଣ କରିବା କିମ୍ବା ଟିଏମ୍ଏଫ୍ଏଲ୍ ଦ୍ୱାରା ପ୍ରଦତ୍ତ ସେବାକୁ ବ୍ୟବହାର କରିବା ଏହା ସୂଚାଇଥାଏ ଯେ, ଗ୍ରାହକ ଏହି ଗୋପନୀୟତା ନୀତି, ନିୟମ ଏବଂ ସର୍ତ୍ତାବଳୀକୁ ସ୍ୱୀକାର କରିଛନ୍ତି ଏବଂ ଟିଏମ୍ଏଫ୍ଏଲ୍ ବ୍ୟକ୍ତିଗତ ସୂଚନା ଏବଂ ବିତ୍ତୀୟ ସୂଚନା ସହିତ ଆପଣଙ୍କର ସୂଚନାକୁ ସଂଗ୍ରହ, ସଂରକ୍ଷଣ, କାରବାର ଏବଂ ପ୍ରକ୍ରିୟାକରଣ କରିଥାଏ ବୋଲି ଗ୍ରାହକ ସ୍ପଷ୍ଟ ଭାବେ ବୁଝିଛନ୍ତି। ଏହି ଗୋପନୀୟତା ନୀତିକୁ ସବୁ ସମୟରେ ୱେବସାଇଟର ନିୟମ ଓ ସର୍ତ୍ତାବଳୀ ଏବଂ ନୀତିଗୁଡ଼ିକ ସହିତ ପଢ଼ାଯିବା ଆବଶ୍ୟକ।

ଦୟାକରି ଧ୍ୟାନରେ ରଖନ୍ତୁ ଯେ, ଏହି ଗୋପନୀୟତା ନୀତି କୌଣସି ପକ୍ଷଙ୍କ ସହିତ କିମ୍ବା ତରଫରୁ କୌଣସି ଚୁକ୍ତିମୂଳକ କିମ୍ବା ଅନ୍ୟାନ୍ୟ ବିଧିସମ୍ମତ ଅଧିକାର ସୃଷ୍ଟି କରି ନ ଥାଏ, ଏବଂ ତାହା କରିବା ଏହି ନୀତିର ଉଦ୍ଦେଶ୍ୟ ନୁହେଁ।.

ବନ୍ଦ କରନ୍ତୁ

ଟାଟା ମୋଟର୍ସ ଫାଇନାନ୍ସ ତରଫରୁ ଆକର୍ଷଣୀୟ ଋଣ ପାଆନ୍ତୁ

ଏବେ ହିଁ ଆବେଦନ କରନ୍ତୁ+ଉପରକୁ ଯାଆନ୍ତୁ