ଟିଏମ୍ଏଫ୍ ଗ୍ରୁପ୍ ସମ୍ପର୍କରେ
ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ (ଟିଏମ୍ଏଫ୍ଏଲ୍) ଭାରତର ଅଗ୍ରଣୀ ଅଟୋମୋଟିଭ୍ ବିତ୍ତଯୋଗାଣକାରୀ ଅଟେ, ଯାହା ବାଣିଜ୍ୟିକ ଏବଂ ଯାତ୍ରୀବାହୀ ଯାନବାହନ ଦୁନିଆର ସାମଗ୍ରିକ ବିତ୍ତୀୟ ଆବଶ୍ୟକତାକୁ ପୂରଣ କରିଥାଏ।.
350+ ଶାଖା ମାଧ୍ୟମରେ ଆମର ରାଷ୍ଟ୍ରବ୍ୟାପୀ ଉପସ୍ଥିତି ସହିତ, ଟାଟା ମୋଟର୍ସ ଫାଇନାନ୍ସ ଲିମିଟେଡ୍ ଏକ ନନ୍-ବ୍ୟାଙ୍କିଂ ଫାଇନାନ୍ସିଆଲ୍ କମ୍ପାନୀ (ଏନବିଏଫସି) ଅଟେ ଓ ଏହାର ଟିଏମ୍ଏଫ୍ ହୋଲଡିଂସ୍ ଲିମିଟେଡ୍ (ଟିଏମ୍ଏଫ୍ଏଚ୍ଏଲ୍)ର ଛତ୍ରଛାୟା ଅଧୀନରେ ପରିଚାଳିତ ହୋଇଥାଏ, ଯାହା ଟାଟା ମୋଟର୍ସ ଲିମିଟେଡ୍ (ଟିଏମ୍ଏଲ୍)ର ସମ୍ପୂର୍ଣ୍ଣ ମାଲିକାନାଧୀନ ଏକ କୋର୍ ଇନଭେଷ୍ଟମେଣ୍ଟ କମ୍ପାନୀ ଅଟେ .
ଆମର ଅତୁଳନୀୟ, 360-ଡିଗ୍ରୀ ସେବାର ବର୍ଗମାଳା ମଧ୍ୟରେ ଉଭୟ ନୂଆ ଏବଂ ପୂର୍ବ-ମାଲିକାନାଧୀନ (ବ୍ୟବହୃତ/ପୁରୁଣା) ଗାଡ଼ି ପାଇଁ ଫାଇନାନ୍ସିଂ, ଅଭିନବ ଫୁଏଲ୍ କ୍ରେଡିଟ୍ ସୁବିଧା ଜରିଆରେ ବାଣିଜ୍ୟିକ ବାହନ ଓପେକ୍ସ ଫାଇନାନ୍ସିଂ ଏବଂ ଯାନବାହନ ରକ୍ଷଣାବେକ୍ଷଣ ଋଣ ତଥା ଡିଲର୍ ଓ ଭେଣ୍ଡର ଫାଇନାନ୍ସିଂ ସମାଧାନ ଅନ୍ତର୍ଭୁକ୍ତ।.
ଟାଟା ମୋଟର୍ସ ଫାଇନାନ୍ସରେ, ଆମେ ଗର୍ବର ସହିତ ‘ମିଳିମିଶି ଜିତିବା’ର ଭାବନା ଉପରେ ବିଶ୍ୱାସ କରିଥାଉ; ଗ୍ରାହକ, ସହଭାଗୀ ଏବଂ ସାରା ଭାରତର ଆମର ଅଂଶୀଦାରମାନଙ୍କ ଅଗଣିତ ସଫଳତାର କାହାଣୀକୁ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଏହି ମାର୍ଗଦର୍ଶୀ ସିଦ୍ଧାନ୍ତ ପ୍ରତିଫଳିତ କରିଥାଏ।