About TMF
About TMF
About TMF

ଆମ ସମ୍ପର୍କରେ

ଦ ଟାଟା କୋଡ୍ ଅଫ୍ କଣ୍ଡକ୍ଟ

ଏହି ବ୍ୟାପକ ଦସ୍ତାବିଜ ଟାଟା ଅଧୀନସ୍ଥ କର୍ମଚାରୀବୃନ୍ଦ ଏବଂ ସମୂହର ସମସ୍ତ କମ୍ପାନୀ ପାଇଁ ଏକ ନୈତିକ ମାର୍ଗଦର୍ଶିକା ଭାବେ କାମ କରିଥାଏ। ଏହା ମାର୍ଗଦର୍ଶନ ପ୍ରଦାନ କରିଥାଏ ଯାହାକୁ ପାଥେୟ କରି ସମୂହ ନିଜର ବ୍ୟବସାୟର ସଞ୍ଚାଳନ କରିଥାଏ।

ଦ ଟାଟା କୋଡ୍ ଅଫ୍ କଣ୍ଡକ୍ଟ (ଟିସିଓସି) ଆମର ପ୍ରତ୍ୟେକ ହିତଧାରକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥାଏ, ଯାହା ମଧ୍ୟରେ ଆମେ ଯେଉଁ ସମୁଦାୟ ସହିତ କାମ କରିଥାଉ ସେମାନେ ମଧ୍ୟ ଅନ୍ତର୍ଭୁକ୍ତ। ଏହା ସେହି ସମୟ ପାଇଁ ଆମର ମାର୍ଗଦର୍ଶକ ଆଲୋକ ଅଟେ ଯେବେ ଆମକୁ ବ୍ୟବସାୟିକ ସଂଶୟଗୁଡ଼ିକର ସାମ୍ନା କରିବାକୁ ପଡ଼ିଥାଏ, ଯାହା ଆମକୁ ନୈତିକ ଦୋଛକିରେ ଛାଡ଼ିଦେଇଥାଏ। ଏହି ସଂହିତା ଗତିଶୀଳ ମଧ୍ୟ ଅଟେ ଏବଂ ଏଥିରେ ସମୟ ସମୟରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ, ଯାହାଫଳରେ ଏହା ସର୍ବଦା ପରିବର୍ତ୍ତିତ ଆଇନ ଏବଂ ନିୟମାବଳୀର ଅନୁରୂପ ବଜାୟ ରହିଥାଏ। ତଥାପି, ମୂଳ ରୂପରେ ଏହା ଅପରିବର୍ତ୍ତିତ ରହିଥାଏ।

ଏହି ସଂହିତା ଆମର ଏହି ଦୃଢ଼ସଂକଳ୍ପର ପ୍ରମାଣ ଅଟେ ଯେ, ଆମେ ଆମର କର୍ମଚାରୀଙ୍କୁ ସମାନ ମୂଲ୍ୟବୋଧ ଏବଂ ସିଦ୍ଧାନ୍ତଗୁଡ଼ିକ ପ୍ରତି ସେମାନଙ୍କର କର୍ତ୍ତବ୍ୟ ଏବଂ ପ୍ରତିବଦ୍ଧତାକୁ ବୁଝିବାରେ ସାହାଯ୍ୟ କରିଥାଉ।

ଟାଟା କୋଡ୍ ଅଫ୍ କଣ୍ଡକ୍ଟ (ଟିସିଓସି) ପଢ଼ିବା ପାଇଁ ତଳେ କ୍ଲିକ୍ କରନ୍ତୁ:

ବନ୍ଦ କରନ୍ତୁ

ଟାଟା ମୋଟର୍ସ ଫାଇନାନ୍ସ ତରଫରୁ ଆକର୍ଷଣୀୟ ଋଣ ପାଆନ୍ତୁ

ଏବେ ହିଁ ଆବେଦନ କରନ୍ତୁ+ଉପରକୁ ଯାଆନ୍ତୁ